Support Anti-Rote

ରୋଟେ ଲର୍ଣ୍ଣିଂ କହିଲେ କଣ ବୁଝାଏ?

ରୋଟେ ଲର୍ଣ୍ଣିଂର ଅର୍ଥ ବାରମ୍ବାର କୌଣସି କାର୍ଯ୍ୟ କରି ବା ଘୋଷି ମୁଖସ୍ଥକରି ଶିକ୍ଷା କରିବା। ଯେତେବେଳେ କି ବିଷୟ ସମ୍ପର୍କରେ କୌଣସି ଧାରଣା ନଥାଏ ବା ବିଷୟକୁ ଅର୍ଥପୂର୍ଣ୍ଣ ଭାବରେ ବୁଝି ହୋଇନଥାଏ।

ଏ ବିଷୟରେ ଚିନ୍ତା କରନ୍ତୁ।

ଆମେ ଇତିହାସର ଉତ୍ତର ମନେ ରଖି ଶିକ୍ଷା କରିଥାଉ କିନ୍ତୁ ତଥାପି ମଧ୍ୟ ଆମେ ସେହି ଘଟଣାଗୁଡ଼ିକର ସାମ୍ପ୍ରତିକ ରାଜନୀତି ଓ ଅର୍ଥନୀତି ଉପରେ ପ୍ରଭାବ ବୁଝିବାକୁ ସକ୍ଷମ ହୋଇନଥାଉ। ଆମେ ପଦାର୍ଥ ବିଜ୍ଞାନର ନିୟମ ମନେ ରଖିଥାଉ କିନ୍ତ ଦୈନନ୍ଦିନ ଜୀବନ ଉପରେ ସେଗୁଡ଼ିକର ପ୍ରଭାବ କଣ ରହିଛି ସେ ବିଷୟରେ ଦ୍ୱନ୍ଦ୍ୱ ଉପୁଜିଥାଏ।

ଶିକ୍ଷା ଲାଭ ପରିବର୍ତ୍ତେ ଆମ୍ଭେମାନେ ରୋଟେଲର୍ଣ୍ଣିଂ ବା ଘୋଷା ପାଠକୁ ଉତ୍ସାହିତ କରୁଛୁ। ‘ରଟା ମାର ବା ଘୋଷି ପକା’ ସାଧାରଣତଃ ବିଦ୍ୟାଳୟ ଓ ଶିକ୍ଷାଅନୁଷ୍ଠାନର ପ୍ରତିଟି କୋଠରୀରେ ପ୍ରତିଧ୍ୱନିତ ହୋଇଥାଏ। ଏବଂ ଏହା ଫଳରେ ଛାତ୍ରଛାତ୍ରୀମାନେ ବାସ୍ତବ ବାହ୍ୟ ଜଗତର ସମ୍ମୁଖୀନ ହେବା ପାଇଁ ଭଲଭାବରେ ପ୍ରସ୍ତୁତ ହୋଇନଥାନ୍ତି, ବିଷୟ ଓ ଚିନ୍ତା ଧାରାର ପ୍ରୟୋଗ କରିପାରନ୍ତି ନାହିଁ ଏବଂ ତର୍କ ସିଦ୍ଧ ଭାବରେ ଚିନ୍ତା କରିବାର ଦକ୍ଷତା ଲାଭ କରିପାରନ୍ତି ନାହିଁ।

କେବଳ ସେତିକି ନୁହେଁ ଘୋଷି ପାଠପଢ଼ିବା ଫଳରେ ପାଠପଢ଼ିବା ବିରକ୍ତିକର ଲାଗେ, ଆଗ୍ରହ ଉପୁଜେ ନାହିଁ ଏବଂ ସମ୍ପୂର୍ଣ୍ଣ ନିରୁତ୍ସାହିତ ମନେ ହୁଏ।

ବର୍ତ୍ତମାନର ସମୟ ହେଉଛି ଏହି ଧାରାରେ ପରିବର୍ତ୍ତନ ଆଣିବା।

ପିସି ସମର୍ଥ ଶିକ୍ଷାଲାଭ ରୋଟେଲର୍ଣ୍ଣିଂର ଏକ ଅତ୍ୟନ୍ତ ପ୍ରଭାବଶାଳୀ ବିକଳ୍ପ। ଏହା ବିଷୟକୁ ଭଲଭାବରେ ବୁଝାଇବା, ବିଷୟକୁ ବୁଝିବା ଅଧିକ ସହଜ କରିବା ଏବଂ ଶ୍ରେଣୀ ଗୃହ ବାହାରେ ତାହାର ପ୍ରୟୋଗ କରିବାକୁ ସହଜ କରିଥାଏ।

ଘରେ ଏବଂ ଶ୍ରେଣୀ ଗୃଡରେ ପିସି ଶିକ୍ଷାଲାଭ କରିବାକୁ ସକ୍ଷମ କରେ ଏବଂ ଶିକ୍ଷାଲାଭକୁ ସହଜ ତଥା ସମସ୍ତଙ୍କ ପାଇଁ ସୁଲଭ କରିଥାଏ। ସେଗୁଡ଼ିକ ସୁନିଶ୍ଚିତ କରେଯେ ମିଳିଥିବା ନମ୍ବର ପରିବେର୍ତ୍ତ ଜ୍ଞାନ ଲାଭକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

ଆଜି ହିଁ ଏହି ଧାରା ବଦଳାନ୍ତୁ। ସାଇନ୍‌ ଅପ୍‌ କରନ୍ତୁ ଏବଂ ଆଣ୍ଟିରୋଟେଲର୍ଣ୍ଣିଂ ବା ଘୋଷି ପାଠପଢ଼ିବା ବିରୋଧରେ ଆପଣଙ୍କ ସମର୍ଥନ ପ୍ରଦର୍ଶନ କରନ୍ତୁ।

ଆସନ୍ତୁ ଆମେ ସମସ୍ତେ ମିଶି ଶିକ୍ଷାଲାଭର ଏକ ନୂତନ ତରଙ୍ଗ ‘ଆରମ୍ଭ’ କରିବା।

ପିସି ସମର୍ଥ ଶିକ୍ଷାଲାଭ।

ମୁଁ ଆଣ୍ଟିରୋଟେ ଲର୍ଣ୍ଣିଂର ସମର୍ଥନ କରୁଛି

ଦୟାକରି ବୈଧ ନାମ ପ୍ରବେଶ କରନ୍ତୁ

ଦୟାକରି ବୈଧ ଇ-ମେଲ୍ ପ୍ରବେଶ କରନ୍ତୁ

ରାଜ୍ୟ ବାଛନ୍ତୁ

ସହର ବାଛନ୍ତୁ