ଶିକ୍ଷା ପାଇଁ ପିସି ଟେକ୍ନୋଲୋଜି ସହିତ ଭଲଭାବରେ ଅଙ୍କ ଶିକ୍ଷା କରନ୍ତୁ

ବହୁ ସମୟରେ ଅଙ୍କ ଶିଖାଇବାକୁ ଏକ କୌଶଳର ବିଷୟ ଭାବରେ ବିଚାର କରାଯାଏ। ଏହି କାରଣରୁ ଭଲଭାବରେ ଅଙ୍କ ପଢ଼ାଇବା ପାଇଁ ଶିକ୍ଷକମାନେ ବିଭିନ୍ନ ବିଷୟ ଗଠନ ପାଇଁ ସୁଯୋଗ ଦେବା ସହିତ ସମସ୍ୟା ସମାଧାନ କରିବା ପାଇଁ ସୁଯୋଗ ଦେବା ଆବଶ୍ୟକ ହୋଇଥାଏ, କେବଳ ସେତିକି ନୁହେଁ ଏହା କରିବା ସମୟରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବରେ ଲିପ୍ତ ରହିବା ଦରକାର ହୋଇଥାଏ।

ବହୁ ସମୟରେ ବିଦ୍ୟାଳୟରେ ପିଲାମାନେ ଟେକ୍ନିକାଲ ପ୍ରକୃତିର ବିଷୟ କାରଣରୁ ସାମାନ୍ୟ ଅନାଗ୍ରହ ପ୍ରକାଶ କରିଥାନ୍ତି ବିଶେଷକରି ବଡ଼ ଶ୍ରେଣୀରେ। ଶ୍ରେଣୀ ଗୃହରେ ଟେକ୍ନୋଲୋଜି ପ୍ରୟୋଗ କରି ଅଙ୍କ ଶିଖାଇଲେ ଏହି ଚିରାଚରିତ ଧାରାରେ ପରିବର୍ତ୍ତନ କରାଯାଇପାରିବ ଏବଂ ଅଙ୍କ ଅଧିକ ଉତ୍ସାହଜନକ ମନେହେବ ଓ ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟ ବଢ଼ିବ। 

ଅଙ୍କ ଭଲଭାବରେ ପଢ଼ାଇବା ପାଇଁ କେଉଁ ଟୁଲ୍‌ ଏବଂ ୱେବ୍‌ସାଇଟ୍‌ ବ୍ୟବହାର କରାଯାଇପାରିବ?

  1. Mathpickle.com
    ଶିକ୍ଷକଙ୍କ ପାଇଁ ଏକ କାର୍ଯ୍ୟାଭ୍ୟାସର ଉତ୍ସ ହେଉଛି MathPickle.com । ଏଥିରେ ବହୁ ଆକର୍ଷଣୀୟ ପଜଲ ଏବଂ ଗେମ୍‌ ରହିଛି ଯେଉଁଥିରେ ଛାତ୍ରଛାତ୍ରୀ ମଗ୍ନ ରହି ଅଙ୍କ ସମାଧାନ କରିଥାନ୍ତି। ଗ୍ରେଡ୍‌ ଓ ବିଷୟ ଅନୁଯାୟୀ ଗଠିତ- ପ୍ରତିଟି ପଜଲ 45-60 ମିନିଟ୍‌ ରହିବା ପାଇଁ ପରିକଳ୍ପନା କରାଯାଇଛି। 

ଉଦାହରଣ ସ୍ୱରୂପ ଛାତ୍ରଛାତ୍ରୀମାନେ ସାଧାରଣତଃ ସେମାନଙ୍କ ପଣିକିଆ ବା ଗୁଣନ ଖନ୍ଦା ମନେ ରଖିବାକୁ ବା ବାରମ୍ବାର ପଢ଼ିବାକୁ ପସନ୍ଦ କରନ୍ତି ନାହିଁ। ଆପର ଇଣ୍ଟ୍ରାକ୍ଟିଭ୍‌ ଏବଂ ଫୋନ୍‌ ଗେମ୍‌ ମାଧ୍ୟମରେ ଏହାକୁ ଉତ୍ସାହଜନକ କରିପାରିବେ ଯେପରିକି ମ୍ୟାଥ୍‌ ପିକିଲ୍‌ ଦ୍ୱାରା ରହିଥିବା ରାଉଣ୍ଡ୍‌ ଟାୱାର ଗେମ୍।

  1. PatrickJMT

Patrick JMTର ମାଗଣା ମ୍ୟାଥ୍‌ ଭିଡ଼ିଓ ହେଉଛି ୟୁଟୁବ୍‌ରେ ସବୁଠାରୁ ଲୋକପ୍ରିୟ ଶିକ୍ଷା ଚ୍ୟାନେଲ୍‌ ମଧ୍ୟରୁ ଗୋଟିଏ, ଏଥିରେ 150000ରୁ ଅଧିକ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ହୋଷ୍ଟ୍‌ ପାଟ୍ରିକ୍‌ ଜେଏମଟି ଏକ କମ୍ୟୁନିଟି କଲେଜର ଅଙ୍କ ପ୍ରଫେସର ଯେକି ତାଙ୍କର ଜ୍ଞାନ ବାଣ୍ଟିବାକୁ ଚାହାନ୍ତି, ଯାହାଦ୍ୱାରା ଦେଖୁଥିବା ପିଲାମାନେ ପିଲାମାନଙ୍କର ସ୍କୁଲ୍‌ର ଗ୍ରେଡ୍‌ରେ ଉନ୍ନତି ହୋଇପାରିବ। ପ୍ୟାଟ୍ରିକ୍‌ ଜେଏମଟିଙ୍କର ମାଗଣା ମ୍ୟାଥ୍‌ ଚ୍ୟାନେଲ୍‌ର ଫିଚରଗୁଡ଼ିକ ହେଉଛି ଅସଂଖ୍ୟ ପ୍ଲେ ଲିଷ୍ଟ୍‌ ଯାହାକି ବିଭିନ୍ନ ବିଷୟ ଉପରେ ଆଧାରିତ, ମୌଳିକ ଭଗ୍ନାଂଶଠାରୁ ଜଟିଳ ଲଗାରଦିମ୍‌ ପର୍ଯ୍ୟନ୍ତ। ଶିକ୍ଷକମାନେ ଏହି ଭିଡ଼ିଓକୁ ବ୍ୟବହାର କରି ଜଟିଳ ବିଷୟଗୁଡ଼ିକୁ ସହଜରେ ଓ ବୋଧଗମ୍ୟ ଉପାୟରେ ପଢ଼ାଇ ପାରିବେ।

  1. Math-salamanders.com

    କିଣ୍ଡରଗାର୍ଟେନ ଏବଂ ପ୍ରାଥମିକ ସ୍କୁଲର ଶିକ୍ଷକବୃନ୍ଦ, ଆପଣଙ୍କ ସହାୟତା ପାଇଁ ଅଛନ୍ତି ମ୍ୟାଥ୍‌ ସାଲମଣ୍ଡର୍ସ!

ପିଲାମାନଙ୍କ ପାଇଁ ପରୀକ୍ଷା ଓ ଟେଷ୍ଟ୍‌ କରାଇବା ଏକ ନିରୁତ୍ସାହଜନକ କାର୍ଯ୍ୟ ହୋଇପାରେ, କିଣ୍ଡରଗାର୍ଟେନଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ଅଙ୍କ ବିଷୟ ଉପରେ ପ୍ରଶ୍ନ ଓ ଅନୁଶୀଳନୀଗୁଡ଼ିକୁ ମ୍ୟାଥ୍‌ ସାଲ୍‌ମଣ୍ଡର୍ସ ସରଳୀକୃତ କରିଥାଏ। ଏହା ମାନସାଙ୍କର ଟେଷ୍ଟ୍‌ ମଧ୍ୟ ପ୍ରଦାନ କରେ ଯାହା ମାଧ୍ୟମରେ ପିଲାମାନେ ଶିକ୍ଷା କରିପାରିବେ, ନିଜେ ନିଜେ ପାଠ୍ୟକ୍ରମର ବିଷୟବସ୍ତୁ ଅଭ୍ୟାସ କରିପାରିବେ। କଠିନତାର ସ୍ତର ଭିନ୍ନ ଭିନ୍ନ ରହିଛି ଯାହାଫଳରେ ଶିକ୍ଷକମାନେ ଶ୍ରେଣୀରେ ପରୀକ୍ଷା ପାଇଁ ବାଛିବା ବେଳେ ଏହା ଏକ ଭଲ ବିକଳ୍ପ ହୋଇଥାଏ।

ଏଠାରେ ମ୍ୟାଥ୍‌ ସାଲମଣ୍ଡର୍ସର ମେଣ୍ଟାଲ୍‌ ମ୍ୟାଥ୍‌ ସିଟ୍‌ ବା ମାନସାଙ୍କ ପୃଷ୍ଠା ଦିଆ ଯାଇଛି।

  1. Desmos

ଡିସ୍‌ମସ୍‌ ହେଉଛି ଏକ ଦ୍ରୁତ ଅନ୍‌ଲାଇନ୍‌ କାଲ୍‌କୁଲେଟର ଯାହାକି ଯେକୌଣସି କଳ୍ପନାଯୋଗ୍ୟ ଫଙ୍କ୍‌ସନ୍‌ ଗ୍ରାଫ୍‌ କରିପାରେ। ଏହା ମଧ୍ୟ ଉପଭୋକ୍ତାଙ୍କୁ ସ୍ଲାଇଡର୍‌ ଯୋଗ କରିବାକୁ, ରିଗ୍ରେସନ୍‌ କରିବାକୁ ଏବଂ ଅନ୍ୟ ବିଷୟ ମଧ୍ୟରେ ସମ୍ପୂର୍ଣ୍ଣ ଡାଟା ଟେବୁଲ୍‌ ପ୍ଲଟ୍‌ କରିବାକୁ ଦେଇଥାଏ। ଆପଣ ଶ୍ରେଣୀରେ କୋ-ଅର୍ଡିନେଟ୍‌ ଜୋମେଟ୍ରି ଏବଂ ଲିନିଅର୍‌ ଇକ୍ୟୁଏସନ୍‌ ପରି ଜଟିଳ ବିଷୟ ଶିକ୍ଷାଦାନ କଲାବେଳେ ଛାତ୍ରଛାତ୍ରୀଙ୍କୁ ନିମଗ୍ନ କରି ରଖିବା କଷ୍ଟକର ହୋଇପାରେ। ଏହି ଟୁଲ୍‌ ଆପଣଙ୍କୁ ପାଠ୍ୟ ପୁସ୍ତକରୁ ଉର୍ଦ୍ଧ୍ୱକୁ ଯିବାରେ ସାହାଯ୍ୟ କରେ ଏବଂ ଆପଣଙ୍କ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହର ପାଠ୍ୟ ଶିକ୍ଷାଲାଭ ସହିତ ଅତ୍ୟାଧୁନିକ ସୂଚନା ଦେଇଥାଏ।

 

ଅଙ୍କକୁ କେବଳ ଉତ୍ସାହଜନକ ନୁହେଁ ଆପଣଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଆଗ୍ରହର ବିଷୟ କରିବା ପାଇଁ ଏହି ସରଳ ଟୁଲ୍‌ଗୁଡ଼ିକ ବ୍ୟବହାର କରନ୍ତୁ। ସେମାନଙ୍କୁ ଶ୍ରେଣୀ ଗୃହରେ ହସଖୁସି କରିବା ପାଇଁ ସୁଯୋଗ ଦେବା ସହ ସମସ୍ୟା ସମାଧାନ କରିବା ପାଇଁ ଦିଅନ୍ତୁ ଏବଂ ସେମାନଙ୍କର ଦକ୍ଷତା ପରୀକ୍ଷା କରନ୍ତୁ। ଅଙ୍କ ଶିଖିବା ଏତେ କୌତୁକିଆ କେବେ ନଥିଲା। 

Have you used any other tool to teach math better? Tweet using #DellAarambh and let us know!