“ଆରମ୍ଭ”, ଏହା ହେଉଛି ଏକ ଶିକ୍ଷା ପ୍ରୟାସ ପାଇଁ ଭାରତ ବ୍ୟାପି ପିସି, ଯାହାକି ଜ୍ଞାନ-କୌଶଳର ଶକ୍ତି ଉପଯୋଗ କରି ଶିକ୍ଷା ଲାଭରେ ଉନ୍ନତି ଆଣିବା ପାଇଁ ପରିକଳ୍ପିତ। ଏହା ପିତାମାତା, ଶିକ୍ଷକ, ଏବଂ ଛାତ୍ରଛାତ୍ରୀମାନଙ୍କୁ ‘ଡିଜିଟାଲ ଇଣ୍ଡିଆ’ରେ ସକ୍ଷମତାର ସହ ସଂଯୁକ୍ତ ହେବାରେ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ଏହି ପ୍ରୟାସ ପିତାମାତା, ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏକାଠି ଯୋଡ଼ି ସେମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରିବାକୁ ଚାହେଁ ଯାହାଦ୍ୱାରା ସେମାନେ ଏହି ପିସିକୁ ଉଭୟ ସ୍କୁଲରେ ଏବଂ ଘରେ, ଶିକ୍ଷା ଲାଭ କରିବାରେ ବ୍ୟବହାର କରିପାରିବେ।

ଆମ୍ଭେମାନେ ଡେଲ୍‌ରେ ସାମ୍ପ୍ରତିକ ଦୃଶ୍ୟପଟର ବିଶ୍ଳେଷଣ କରିଥିଲୁ ଯେତେବେଳେ ପିସି ଗ୍ରହଣ ଓ ବ୍ୟବହାରର କଥା ଉଠିଲା ଆମେ ହୃଦୟଙ୍ଗମ କଲୁ ଯେ ଭାରତରେ ପିସିର ପ୍ରଚଳନ 10%. ପ୍ରତିଶତରୁ କମ୍‌ ରହିଛି। ଆମେ ଦେଖିଲୁ ଯେ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟ ଶିକ୍ଷା କ୍ଷେତ୍ରରେ ପିସିର ଗୁରୁତ୍ୱ ବୁଝିଲେଣି କିନ୍ତୁ ସେମାନେ ଯେଉଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତାହା ହେଉଛି ଜ୍ଞାନର ଅଭାବ- ବିଶେଷକରି କିପରି ଭାବରେ ପିସି ବ୍ୟବହାର କରି ଭଲଭାବରେ ଶିକ୍ଷା ପ୍ରାପ୍ତ କରିପାରିବେ, ସେହି ଜ୍ଞାନ।.

ଆମର ବିଶ୍ୱାସ- ପିତାମାତା, ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ତାଲିମ ଓ ସାର୍ଟିଫିକେଟ୍‌ ପ୍ରଦାନ କରିବା ଦ୍ୱାରା ଆମେ ଏହି ପ୍ରତିବନ୍ଧକ ଦୂର କରାଯାଇପାରିବ। ଆମେ ଉଭୟ, ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତଥା ପିଲାମାନଙ୍କୁ ମହତ୍ତ୍ୱପୂର୍ଣ୍ଣ ପିସି ବ୍ୟବହାର ଦକ୍ଷତା ସହ କମ୍ପ୍ୟୁଟର ଜ୍ଞାନ ପ୍ରଦାନ କରୁଛୁ।

ସୃଜନଶୀଳତା, କ୍ରାନ୍ତିକ ଚିନ୍ତାଧାରା ଏବଂ ଜଟିଳ ସମସ୍ୟା ସମାଧାନ, ହେଉଛି ଆଜିର ‘ଡିଜିଟାଲ ଇଣ୍ଡିଆନ୍‌’ଙ୍କ ପାଇଁ 3ଟି ବହୁଳ ଚାହିଦା, ଦକ୍ଷ ଏବଂ ଟେକ୍ନୋଲୋଜି ସାହାଯ୍ୟରେ ଏହି 3ଟି ଦକ୍ଷତା ବୃଦ୍ଧି କରିବା ପାଇଁ ଆମର ଏହି ପ୍ରୟାସ “ଆରମ୍ଭ”। ଏହି ପ୍ରୟାସ ମାଧ୍ୟମରେ ଆମ୍ଭେମାନେ ଆମର ‘ଡେଲ ଚ୍ୟାମ୍ପ୍‌ସ ସ୍କୁଲ’ ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ 1.5 ନିୟୁତ ପାଖାପାଖି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତ କରିଛୁ। ଏନଆଇଆଇଟି ସହଯୋଗରେ ଆମ୍ଭେମାନେ 70ଟି ସହରର ପ୍ରାୟ 5000 ସ୍କୁଲର 1.25000 ଶିକ୍ଷକଙ୍କୁ ଏବଂ ‘ଡେଲ ଡିଜିମମ୍‌’ ପ୍ରୋଗ୍ରାମର ଅଂଶ ଭାବରେ 400000 ମାଆଙ୍କୁ ସକ୍ଷମ କରିବା ପାଇଁ ତାଲିମ ଏବଂ ସାର୍ଟିଫିକେଟ ପ୍ରଦାନ କରିବାର ଲକ୍ଷ୍ୟ ରଖିଛୁ।

ଆସନ୍ତୁ ଆମ ଉଦ୍ୟମରେ ଯୋଗ ଦିଅନ୍ତୁ- ଏକ ନୂତନ ଉପାୟରେ ଶିକ୍ଷାଲାଭ ‘ଆରମ୍ଭ’ କରନ୍ତୁ।